ଆଖି ପିଛୁଳାକେ କୋଟି କୋଟି ଲୋକଙ୍କ ମୃତ୍ୟୁ, ୧୮ ହଜାର ବର୍ଷ ପଛକୁ ଚାଲିଯିବ ଦୁନିଆ; ଜାଣନ୍ତୁ ପରମାଣୁ ଯୁଦ୍ଧ ହେଲେ କ'ଣ ହେବ?
Advertisement
trendingNow11112848

ଆଖି ପିଛୁଳାକେ କୋଟି କୋଟି ଲୋକଙ୍କ ମୃତ୍ୟୁ, ୧୮ ହଜାର ବର୍ଷ ପଛକୁ ଚାଲିଯିବ ଦୁନିଆ; ଜାଣନ୍ତୁ ପରମାଣୁ ଯୁଦ୍ଧ ହେଲେ କ'ଣ ହେବ?

Nuclear War, Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଚାଲିଥିବା ଲଢ଼େଇ (Russia-Ukraine War) ମଝିରେ ପରମାଣୁ ଯୁଦ୍ଧ (Nuclear War) ର ଆଶଙ୍କା ପୁଣି ବଢ଼ିଯାଇଛି । ଯଦିଓ ଲଢ଼େଇ ବର୍ତ୍ତମାନ ସମୟରେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି, କିନ୍ତୁ ସଙ୍କଟ ଜାରି ରହିଛି । ଆମେରିକା (US) ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ବାହାର ଲୋକ ଏଥିରେ ହସ୍ତକ୍ଷେପ କରନ୍ତି ତ ଏହାର ପରିଣାମ ଯାହା ଘଟିବ ତାହା ପୂର୍ବରୁ କେବେ କେହି ଦେଖି ନଥିବେ । ବିଶେଷଜ୍ଞମାନେ ପୁଟିନଙ୍କ ଏହି ଚେତାବନୀକୁ ପରମାଣୁ ଯୁଦ୍ଧର ବିପଦ ସହ ଯୋଡି ଦେଖୁଛନ୍ତି ।

ଆଖି ପିଛୁଳାକେ କୋଟି କୋଟି ଲୋକଙ୍କ ମୃତ୍ୟୁ, ୧୮ ହଜାର ବର୍ଷ ପଛକୁ ଚାଲିଯିବ ଦୁନିଆ; ଜାଣନ୍ତୁ ପରମାଣୁ ଯୁଦ୍ଧ ହେଲେ କ'ଣ ହେବ?

ନୂଆଦିଲ୍ଲୀ: Nuclear War, Russia-Ukraine War: ଆପଣ ଆପଣଙ୍କର ଘରର ଡ୍ରଇଂ ରୁମରେ ବସିଛନ୍ତି ଓ ହଠାତ୍ ଏକ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିବ ଏବଂ ଦେଖୁ ଦେଖୁ ଶରୀରର ଚର୍ମ ଜଳି ପାଉଁଶ ହୋଇଯାଉଥିବ, ଆଉ ଚାରିଆଡ଼େ କେବଳ ଧୂଆଁ ହିଁ ଧୂଆଁ ... ଚିତ୍କାର କରିବାକୁ ମଧ୍ୟ ସମୟ ମିଳିବ ନାହିଁ । ଲକ୍ଷ ଲକ୍ଷ କୋଟି କୋଟି ଲୋକ ଗୋଟିଏ ମୁହୂର୍ତ୍ତରେ ଚିର ନିଦ୍ରାରେ ଶୋଇଯାଇଥିବେ । ଖାଇବାକୁ ଖାଦ୍ୟ ନାହିଁ... ଲୋକମାନେ ଆଖି ସାମ୍ନାରେ ମରୁଛନ୍ତି ଏବଂ ସେମାନଙ୍କୁ ବଞ୍ଚାଇବା ପାଇଁ କୌଣସି ଉପାୟ ନାହିଁ ।

ଏପରି କିଛି ହୋଇଥିଲା ଅଗଷ୍ଟ ୧୯୪୫ରେ, ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ (Second World War) ସମୟରେ ଆମେରିକା (America) ଜାପାନ (Japan) ର ହିରୋସିମା (Hiroshima) ଓ ନାଗାସାକି (Nagasaki) ଉପରେ ପରମାଣୁ ବୋମା (Nuclear Bombs) ପକାଇଥିଲା । ଏହି ବୋମା ଏତେ ଶକ୍ତିଶାଳୀ ଥିଲା ଯେ କିଛି ମିନିଟ୍ ମଧ୍ୟରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ମଧ୍ୟ ଲୋକମାନେ ବର୍ଷ ବର୍ଷ ଧରି  ମରୁଥିଲେ । ଅର୍ଥାତ ପରମାଣୁ ବୋମାର ପ୍ରଭାବ ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ରହିଥିଲା ।

ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଚାଲିଥିବା ଲଢ଼େଇ (Russia-Ukraine War) ମଝିରେ ପରମାଣୁ ଯୁଦ୍ଧ (Nuclear War) ର ଆଶଙ୍କା ପୁଣି ବଢ଼ିଯାଇଛି । ଯଦିଓ ଲଢ଼େଇ ବର୍ତ୍ତମାନ ସମୟରେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି, କିନ୍ତୁ ସଙ୍କଟ ଜାରି ରହିଛି । ଆମେରିକା (US) ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ବାହାର ଲୋକ ଏଥିରେ ହସ୍ତକ୍ଷେପ କରନ୍ତି ତ ଏହାର ପରିଣାମ ଯାହା ଘଟିବ ତାହା ପୂର୍ବରୁ କେବେ କେହି ଦେଖି ନଥିବେ । ବିଶେଷଜ୍ଞମାନେ ପୁଟିନଙ୍କ ଏହି ଚେତାବନୀକୁ ପରମାଣୁ ଯୁଦ୍ଧର ବିପଦ ସହ ଯୋଡି ଦେଖୁଛନ୍ତି । ଜାପାନ ପରମାଣୁ ଆକ୍ରମଣର ଶିକାର ହୋଇଛି ଓ ସେହି ଆକ୍ରମଣରୁ ବଞ୍ଚିଥିବା ଲୋକମାନେ ସେହି ଦିନକୁ ମନେ ପକାଇ ଥରୁଛନ୍ତି । ପରମାଣୁ ଯୁଦ୍ଧ (Nuclear War) ବିନାଶ ବ୍ୟତୀତ ଆଉ କିଛି ଆଣିବ ନାହିଁ ।

ଯଦି ପରମାଣୁ ଯୁଦ୍ଧ ହୁଏ ତେବେ କ’ଣ ହେବ?

ସ୍ୱିଜରଲ୍ୟାଣ୍ଡର ଏକ ସଂସ୍ଥା ହେଉଛି International Campaign to Abolish Nuclear Weapon (ICAN) । ଏହି ସଂସ୍ଥା ୨୦୧୭ରେ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ପାଇଛି । ICAN ଅନୁଯାୟୀ, ଗୋଟିଏ ପରମାଣୁ ବୋମା ଗୋଟିଏ ଝଟକାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଶେଷ କରିଦେବ । ଏଥି ସହିତ ଯଦି ୧୦ କିମ୍ବା ଶହ ଶହ ବୋମା ମାଡ଼ କରାଯାଏ, ତେବେ ନା କେବଳ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବ, ବରଂ ପୃଥିବୀର ସମଗ୍ର ଜଳବାୟୁ ବିଗିଡ଼ି ଯିବ ।

ଲକ୍ଷ ଲକ୍ଷ କୋଟି କୋଟି ମୃତ୍ୟୁ

ICAN ଅନୁଯାୟୀ, ଗୋଟିଏ ପରମାଣୁ ବୋମା (atomic bomb) ସମଗ୍ର ସହରକୁ ଧ୍ୱଂସ କରିଦେବ । ଯଦି ଆଜିର ସମୟରେ ଅନେକ ପରମାଣୁ ଅସ୍ତ୍ର ବ୍ୟବହାର କରାଯାଏ, ତେବେ ଏଥିରେ କୋଟି କୋଟି ଲୋକ ପ୍ରାଣ ହରାଇବେ । ଏଥି ସହିତ ଯଦି ଆମେରିକା ଓ ଋଷ ମଧ୍ୟରେ ଏକ ବଡ ପରମାଣୁ ଯୁଦ୍ଧ ଆରମ୍ଭ ହୁଏ, ତେବେ ମୃତ୍ୟୁ ସଂଖ୍ୟା ୧୦ କୋଟି ଅତିକ୍ରମ କରିବ ।

ମୁମ୍ବାଇ, ଯେଉଁଠାରେ ପ୍ରତ୍ୟେକ କିଲୋମିଟର ବ୍ୟାସାର୍ଦ୍ଧରେ ୧ ଲକ୍ଷରୁ ଅଧିକ ଲୋକ ବାସ କରନ୍ତି, ଯଦି ହିରୋସୀମା ପରି ପରମାଣୁ ବୋମା ସେଠାରେ ପଡ଼େ, ତେବେ ଗୋଟିଏ ସପ୍ତାହରେ ୮.୭୦ ଲକ୍ଷରୁ ଅଧିକ ମୃତ୍ୟୁ ଘଟିବ । ଯଦି ଆମେରିକା  ଓ ଋଷ ମଧ୍ୟରେ ପରମାଣୁ ଯୁଦ୍ଧରେ ୫୦୦ ପରମାଣୁ ବୋମା ବ୍ୟବହୃତ ହୁଏ, ତେବେ ଅଧ ଘଣ୍ଟା ମଧ୍ୟରେ ୧୦ କୋଟିରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବ ।

କେବଳ ଏତିକି ନୁହେଁ, ଯଦି ଦୁନିଆରେ ମହଜୁଦ ଥିବା ପରମାଣୁ ଅସ୍ତ୍ରଗୁଡିକର ୧%ରୁ କମ୍ ଯୁଦ୍ଧରେ ବ୍ୟବହୃତ ହୁଏ, ତେବେ ୨ ବିଲିଅନ୍ ଲୋକ ଅନାହାର ସ୍ଥିତିରେ ପହଞ୍ଚିବେ । ଏହା ସହିତ ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ନଷ୍ଟ ହୋଇଯିବ, ଯେଉଁଥିପାଇଁ ଆହତମାନେ ଚିକିତ୍ସା ପାଇପାରିବେ ନାହିଁ ।

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ୟୁକ୍ରେନର ଆଜୋଭ ରେଜିମେଣ୍ଟ ବିଷୟରେ, ଯିଏ ଋଷର ସେନାକୁ ଦେଉଛି କଡ଼ା ଟକ୍କର

ଏହା ବି ପଢ଼ନ୍ତୁ:-ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସାହାରା ପାଲଟିଥିଲା ଭାରତ, ଆଜି ଏପରି ଋଣ ସୁଝୁଛି ପୋଲାଣ୍ଡ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ବିରୋଧରେ କ'ଣ ରହିଛି ପୁଟିନଙ୍କ 5-T ପ୍ଲାନ? ଜାଣନ୍ତୁ ଲଗାତର ବୋମା ବର୍ଷା କରିବାର କାରଣ

ଏହା ବି ପଢ଼ନ୍ତୁ:-ଏପରି କେଉଁ ଜିନିଷ ଅଛି ଯାହା ଶୁଖିଲା ପରେ ୧ କିଲୋ, ଓଦା ହେଲେ ୨ କିଲୋ ଏବଂ ଯଦି ଜଳା ଯାଏ ତେବେ ଏହା ୩ କିଲୋ ହୁଏ?

 

ସମଗ୍ର ପୃଥିବୀର ସିଷ୍ଟମ ବିଗିଡ଼ି ଯିବ

ଯେଉଁ ପରମାଣୁ ବୋମା ହିରୋସିମାରେ ପକାଯାଇଥିଲା, ଯଦି ସମାନ ଆକାରର ୧୦୦ଟି ବୋମା ମାଡ଼ କରାଯାଏ, ତେବେ ପୃଥିବୀର ସମଗ୍ର ସିଷ୍ଟମ ଖରାପ ହୋଇଯିବ । ଏଭଳି ଆକ୍ରମଣରେ ଜଳବାୟୁ ପ୍ରଣାଳୀ ବହୁତ ପ୍ରଭାବିତ ହେବ ଓ କୃଷି ମଧ୍ୟ ପ୍ରଭାବିତ ହେବ ।

ବର୍ତ୍ତମାନ ସାରା ଦୁନିଆ ଗ୍ଲୋବଲ ୱାର୍ମିଂ (global warming) ସହିତ ସଂଘର୍ଷ କରୁଛି, କିନ୍ତୁ ପରମାଣୁ ଯୁଦ୍ଧ ଯୋଗୁଁ ପୃଥିବୀର ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିବ । ଏହାର କାରଣ ହେଉଛି ଏହି ଆକ୍ରମଣଗୁଡିକ ଏତେ ଧୂଆଁ ନିର୍ଗତ କରିବ ଯାହା ପୃଥିବୀ ପୃଷ୍ଠରେ ଫ୍ରିଜ୍ ହୋଇଯିବ । ଅନୁମାନ କରାଯାଉଛି ଯେ ଯେତେବେଳେ ଏପରି ଘଟିବ, ଅତିକମରେ ୧୦ ପ୍ରତିଶତ ସ୍ଥାନରେ ସୂର୍ଯ୍ୟକିରଣ ପହଞ୍ଚିବ ନାହିଁ ।

ଏଥି ସହିତ ଯଦି ଦୁନିଆର ସମସ୍ତ ପରମାଣୁ ଅସ୍ତ୍ର ବ୍ୟବହାର କରାଯାଏ, ତେବେ ପୃଥିବୀର Stratosphere ୧୫୦ ମିଲିୟନ୍ ଟନ୍ ଧୂଆଁ ଫ୍ରିଜ୍ ହୋଇଯିବ । Stratosphere ହେଉଛି ପୃଥିବୀର ବାହ୍ୟ ପୃଷ୍ଠ ଯାହା ଓଜୋନ୍ ସ୍ତର ଉପରେ ଅବସ୍ଥିତ ।

କେବଳ ଏତିକି ନୁହେଁ, ଦୁନିଆର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ନାହିଁ । ଦୁନିଆରେ ବୃଷ୍ଟିପାତ ୪୫% ହ୍ରାସ ପାଇବ ଓ ଏହା ପୃଥିବୀ ପୃଷ୍ଠର ହାରାହାରି ତାପମାତ୍ରାରେ -୭ ରୁ -୮ ଡିଗ୍ରୀ ସେଲସିୟସରେ ପହଞ୍ଚିବ । ଏହାକୁ ତୁଳନା କରିବା ତ ୧୮ ହଜାର ବର୍ଷ ପୂର୍ବେ ଥିବା ହିମଯୁଗ (Ice Age) ପରି ହୋଇଯିବ । ସେତେବେଳେ ତାପମାତ୍ରା -୫° ଡିଗ୍ରୀ ସେଲସିୟସ ଥିଲା । ଅର୍ଥାତ ଦୁନିଆ ୧୮ ହଜାର ବର୍ଷ ପଛକୁ ଚାଲିଯିବ ।

Trending news